ଜୀବନ ଯାଉ ହେଲେ ମଦ ସୁରକ୍ଷିତ ରହୁ! ପାଣିରେ ନିଜେ ବୁଡ଼ି ଯାଉଥିଲେ ବ୍ୟକ୍ତି ହେଲେ ମଦ ବୋତକୁ ବୁଡ଼ିବାକୁ ଦେଲେନି
କି ଯୁଗ ହେଲାରେ ମା', ମଦ ପାଇଁ ନିଜ ଜୀବନ ତୁଚ୍ଛ।
ଓଡିଶାଭାସ୍କର: ଆପଣ ଅନେକ ସମୟରେ ଅନେକ ମଦୁଆଙ୍କୁ ଦେଖିଥିବେ। କିଏ ମଦ ପିଇ ରାସ୍ତାରେ ଗଡୁଥାଏ ତ ଆଉ କିଏ ବିଚ୍ ବଜାରରେ ହାଇଡ୍ରାମା କରୁଥାଏ।
ହେଲେ କେବେ ଏମିତି ମଦୁଆଙ୍କୁ ଦେଖିଛନ୍ତି କି ଯିଏ ମଦ ପାଇଁ ନିଜ ଜୀବନକୁ ବି ବାଜିରେ ଲଗାଇ ଦେଇଛନ୍ତି। ଆପଣ ଭାବୁଥିବେ ନିଶ୍ଚୟ କି ମଦୁଆ ପାଟିରେ ନାଲି ପାଣି ପଡିଗଲା ପରେ ସେ ହିତାହିତ ଜ୍ଞାନ ସବୁ ଭୁଲିଯାଏ। ଆଉ ସେ କ’ଣ କରେ ନିଜେ ଜାଣିପାରେନି।
ତେଣୁ ମଦ ନିଶାରେ ଜୀବନକୁ ବି ବିପଦକୁ ଠେଲି ଦେଇପାରେ। ହେଲେ ଏଠି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ବ୍ୟକ୍ତି ଜଣକ ନିଶାରେ ନାହାଁନ୍ତି କି ମଦ ପିଇନାହାଁନ୍ତି। ହେଲେ ମଦ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି।
ହଁ ଆଜ୍ଞା ଏବେ ସମସ୍ତଙ୍କ ହାତରେ ଫୋନ୍ ଅଛି, ତେଣୁ ସୋସିଆଲ ମିଡିଆରେ ରହିବା କୌଣସି ବଡ଼ କଥା ନୁହେଁ। ଆପଣ ମଧ୍ୟ ହୁଏତ କୌଣସି ନା କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରନ୍ତି।
ଆଜିକାଲି ଅଧିକାଂଶ ଲୋକ ଇନଷ୍ଟାଗ୍ରାମ, ଫେସବୁକ୍ କିମ୍ବା X ଭଳି ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି, ଏବଂ ଯଦି ଆପଣ ମଧ୍ୟ ଏହି ପ୍ଲାଟଫର୍ମରେ ଅଛନ୍ତି, ତେବେ ଆପଣ ଜାଣିଥିବେ ଯେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ହସିବେ। ଭିଡିଓଟି ଦେଖିବା ପରେ ଲୋକମାନେ ବହୁତ କମେଣ୍ଟ ମଧ୍ୟ କରିଛନ୍ତି।
ପ୍ରକୃତରେ ଏକ ହୋଟେଲରେ ପାର୍ଟି ଚାଲିଛି। ଆଉ ସାଙ୍ଗ ସାଥୀ ମାନେ ମଜା ମସ୍ତି ବି କରୁଛନ୍ତି। ଆଉ ଏହି ସମୟରେ ଜଣେ ବ୍ୟକ୍ତି ହାତରେ ମଦ ବୋତଲ ଧରି ସ୍ୱିମିଙ୍ଗ ପୁଲ୍ ପାଖରେ ଛିଡ଼ା ହୋଇଥିଲେ।
ଆଉ ଠିକ୍ ଏତିକି ବେଳେ ପଛପଟୁ ଜଣେ ସାଙ୍ଗ ଆସି ତାଙ୍କୁ ପୁଲ୍ ଭିତରକୁ ଠେଲି ଦେଲେ। ହେଲେ କେହି ବି ଜାଣି ନଥିଲେ କି ପୁଲ୍ ରେ ପାଣି ବୋହୁତ ଅଛି। ତେଣୁ ଅଧିକ ପାଣି ଥିବାରୁ ବ୍ୟକ୍ତି ଜଣକ ସେଥିରେ ଉବୁଟୁବୁ ହେବାକୁ ଲାଗିଲେ।
ଏମିତିକି ତାଙ୍କ ଜୀବନ ମଧ୍ୟ ବିପଦରେ ପଡିଥିଲା। ହେଲେ ସବୁଠାରୁ କୌତୁହଳପୂର୍ଣ୍ଣ କଥା ଏହା କି ବ୍ୟକ୍ତି ଜଣକ ନିଜ ଜୀବନ ପ୍ରତି ଖାତିର ନଥିଲା ବରଂ ତାଙ୍କ ମଦ ବୋତଲ ପ୍ରତି ତାଙ୍କର ଚିନ୍ତା ଥିଲା।
ଅବଶ୍ୟ ସେ ନିଜେ ପୁଲ୍ ର ଗଭୀର ପାଣି ଭିତରେ ବୁଡି ଯାଉଥିଲେ ହେଲେ ବୋତଲ କୁ ବୁଡିବାକୁ ଦେଉନଥିଲେ। ବୋତଲକୁ ଛାଡି ପହଁରି କୂଳକୁ ଆସିବା ବଦଳରେ ସେ ନିଜେ ପାଣିରେ ବୁଡ଼ି ଉବୁଟୁବୁ ହେଉଥିଲେ ସତ କିନ୍ତୁ ମଦ ବୋତଲକୁ ସୁରକ୍ଷିତ ରଖିଥିଲେ।
ଆଉ ଏହି ଘଟଣାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। Instagram ରେ rattu13.hai ନାମକ ଏକ ଆକାଉଣ୍ଟରେ ଭିଡ଼ିଓଟି ତୀବ୍ର ବେଗରେ ଗତି କରୁଛି। ଯେଉଁଥିରେ ଅନେକ ଲୋକ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।