ଭାରତର ଆତ୍ମସମ୍ମାନ ଅଛି… ତୈଳ ବାଣିଜ୍ୟରୁ ଶୁଳ୍କ ପର୍ଯ୍ୟନ୍ତ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ରୁଷ୍

ଭାରତକୁ ସମର୍ଥନ କଲା ରୁଷିଆ।

ନୂଆଦିଲ୍ଲୀ: ଋଷରୁ ତେଲ କିଣିବା ପାଇଁ ଆମେରିକା ଭାରତ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ସମୟରେ, ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି।

ଶନିବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ମଧ୍ୟରେ ଲାଭରୋଇ ଭାରତର ତୈଳ ବାଣିଜ୍ୟ ନୀତି ଉପରେ ଭାରତର ମତକୁ ସମର୍ଥନ କରିଥିଲେ।

ଲାଭରୋଇ କହିଛନ୍ତି ଯେ, ଭାରତ ତୈଳ ବାଣିଜ୍ୟ ସମ୍ପର୍କରେ ନିଜସ୍ୱ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ ଏବଂ ସେ ଭାରତୀୟ ପ୍ରତିପକ୍ଷ ଏସ୍, ୟଜଶଙ୍କରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ଲାଭରୋଇ କହିଛନ୍ତି ଯେ ଜୟଶଙ୍କରଙ୍କ ସହ ତାଙ୍କର ଆଲୋଚନାରେ ସେ କେବେବି ତୈଳ ଏବଂ ବାଣିଜ୍ୟ ପ୍ରସଙ୍ଗ ଉଠାଇ ନାହାଁନ୍ତି, କାରଣ ଭାରତ ନିଜର ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ।

ଭାରତ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ: ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, “ଆମର ବାଣିଜ୍ୟ ସମ୍ପର୍କର କ’ଣ ହେବ, ଆମ ତେଲର କ’ଣ ହେବ ତାହା ମୁଁ ପଚାରେ ନାହିଁ। ମୁଁ ମୋର ଭାରତୀୟ ସହକର୍ମୀଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରି ନାହିଁ। କାରଣ ସେମାନେ ନିଜେ ଏହି ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ।”

ଲାଭରୋଭ ଭାରତର “ସ୍ୱାଭିମାନ”କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଭାରତର ତୈଳ ବାଣିଜ୍ୟ ନୀତି ଉପରେ ଏହାର ମତକୁ ସମର୍ଥନ କରିଥିଲେ।

ସେ କହିଥିଲେ, “ସାର୍ବଜନୀନ ଭାବରେ, ମୋର ବନ୍ଧୁ (ଜୟଶଙ୍କର) ଯାହାଙ୍କ ବିଷୟରେ ମୁଁ ପୂର୍ବରୁ ଉଲ୍ଲେଖ କରିଥିଲି, ଯେତେବେଳେ ସମାନ ପ୍ରଶ୍ନ ପଚରାଯାଇଥିଲା ସେ କହିଥିଲେ ଯେ ଯଦି ଆମେରିକା ଆମକୁ ତା’ର ତେଲ ବିକ୍ରୟ କରିବାକୁ ଚାହୁଁଛି, ତେବେ ଆମେ ସର୍ତ୍ତାବଳୀ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ”।

“କିନ୍ତୁ ଆମେ ଅନ୍ୟ ଦେଶରୁ, ରୁଷରୁ ହେଉ କିମ୍ବା ଅନ୍ୟମାନଙ୍କଠାରୁ କିଣୁଥିବା ତେଲ ଆମର ନିଜସ୍ୱ ବିଷୟ। ଏହାର ଭାରତ-ଆମେରିକା ଏଜେଣ୍ଡା ସହିତ କୌଣସି ସମ୍ପର୍କ ନାହିଁ। ମୁଁ ବିଶ୍ୱାସ କରେ ଏହା ଏକ ବହୁତ ସଠିକ୍ ପ୍ରତିକ୍ରିୟା, ଯାହା ଦର୍ଶାଏ ଯେ ତୁର୍କୀ ପରି ଭାରତର ମଧ୍ୟ ଆତ୍ମସମ୍ମାନ ଅଛି।”

ଡିସେମ୍ବରରେ ଭାରତ ଗସ୍ତ କରିପାରନ୍ତି ପୁଟିନ: ଲାଭରୋଭ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷ ଡିସେମ୍ବରରେ ଭାରତ ଗସ୍ତ କରିବାକୁ ଯୋଜନା କରୁଛନ୍ତି।

ଭାରତ-ରୁଷ ସମ୍ପର୍କର ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଦୁଇ ଦେଶର ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ସମେତ ଏକ “ଅତ୍ୟନ୍ତ ବ୍ୟାପକ” ଦ୍ୱିପାକ୍ଷିକ କାର୍ଯ୍ୟସୂଚୀ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, “ଅବଶ୍ୟ, SCO, BRICS ଏବଂ ଦ୍ୱିପାକ୍ଷିକ ସ୍ତରରେ ମଧ୍ୟ ଅନ୍ତର୍ଜାତୀୟ ସମନ୍ୱୟ ରହିଛି।”

ଲାଭରୋଭଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି, ଏବଂ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି, ଏହି ଶୁଳ୍କର ୨୫% ରୁଷ ସହିତ ଭାରତର ତୈଳ ବାଣିଜ୍ୟ ଉପରେ ଅତିରିକ୍ତ କଟକଣା।