fbpx

ଯୋଦ୍ଧାଙ୍କ ପାଇଁ ଆସିଲା ଏସିଯୁକ୍ତ ପିପିଇ କିଟ୍

ଭୁବନେଶ୍ୱର, ୧୫/୮(ଓଡିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏହି ମହାମାରିର  ଲଢେ଼ଇ ପାଇଁ କରୋନା ଯୋଦ୍ଧାମାନେ ଦିନ ରାତି କାମ କରୁଛନ୍ତି। ଏହାରି ମଧ୍ୟରେ ଯୋଦ୍ଧାଙ୍କ ପାଇଁ ଏସିଯୁକ୍ତ ପିପିଇ କିଟ୍ ଆସିଛି। ଏଣିକି ଘଣ୍ଟା ଘଣ୍ଟା କାମ କରି ଆଉ ବେହୋସ୍ ହେବେନି କରୋନା ଯୋଦ୍ଧା । ଝାଳରେ ଜୁଡ଼ୁବୁଡ଼ୁ ଯୋଦ୍ଧାଙ୍କୁ ୫ରୁ୬ ଘଣ୍ଟା ଥଣ୍ଡା ଥଣ୍ଡା କୁଲ କୁଲ୍ ରଖିବ ସ୍ୱତନ୍ତ୍ର ଏହି କିଟ୍ । ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଯୋଦ୍ଧାଙ୍କୁ ସମସ୍ୟାରୁ ମୁକ୍ତି ଦେବାପାଇଁ ମଧ୍ୟପ୍ରଦେଶ ଜବଲପୁରର ଜଣେ ଯୁବକ ଏହି ଏୟାରକଣ୍ଡିସନ୍ ପିପିଇ କିଟ୍ ତିଆରି କରିଛନ୍ତି।

Get real time updates directly on you device, subscribe now.