fbpx

‘ୟେ ରିସ୍ତା କ୍ୟା କେହଲାତା ହୈ’ର ୩ କଳାକାରଙ୍କୁ କରୋନା, ସୁଟିଂ ବନ୍ଦ

ମୁମ୍ବାଇ,୨୫ ।୮: ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ୩ କଳାକାର ଓ କିଛି ଟେକ୍ନିସିଆନ କରୋନାରେ ସଂକ୍ରମିତ ହୋଇଛନ୍ତି । ଅଭିନେତା ସଚିତ ତ୍ୟାଗୀ, ସମୀର ଓଙ୍କାର ଓ ସ୍ୱାତୀ ଚିତନିସଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।

ଶୋ’ରେ କାର୍ତ୍ତିକର ପିତା ଭୂମିକାରେ ଅଭିନୟ କରୁଥିବା ସଚିନ କହିଛନ୍ତି ଯେ, ‘ମୋର କରୋନା ଟେଷ୍ଟ ପଜିଟିଭ୍ ଆସିଛି । ଆମେ ବହୁତ ସତର୍କତାର ସହ ସୁଟିଂ କରୁଥିଲୁ, ତଥାପି କରୋନା ସଂକ୍ରମିତ ହୋଇଗଲୁ । କିନ୍ତୁ ସମସ୍ତ ଘଟଣାକୁ ସକାରାତ୍ମକ ଭାବେ ଗ୍ରହଣ କରିବା ଉଚିତ୍ । ମୋର କୌଣସି ଲକ୍ଷଣ ନଥିଲା, କିନ୍ତୁ ଠିକ୍ ସମୟରେ ମୁଁ ଟେଷ୍ଟ କରାଇଦେଲି ।’

Get real time updates directly on you device, subscribe now.