fbpx

ଦୂତୀ ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୨୯ା୮: ଆଜି ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି । ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର ମିଳିଛି । କରୋନା ସତର୍କତା ଦୃଷ୍ଟିରୁ ଅନଲାଇନ ତଥା ଭିଡ଼ିଓ କନଫରେନ୍ସିଂ ଜରିଆରେ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୂତୀ ଚାନ୍ଦଙ୍କ ସମେତ ୨୫ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିଥିବା ସୂଚନା ମିଳିଛି ।

ଅର୍ଜୁନ ପୁରସ୍କାର ସହ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନ ଚାନ୍ଦ ପୁରସ୍କାର ମଧ୍ୟ ଦିଆଯାଇଛି । ଚଳିତଥର ୫ଜଣ କ୍ରୀଡ଼ାବିତଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି ।

 

 

Get real time updates directly on you device, subscribe now.