fbpx

୨ ଯୁବତୀଙ୍କୁ ପରସ୍ପର ପ୍ରତି ହେଲା ପ୍ରେମ, ମନ୍ଦିରରେ ରଚିଲେ ବିବାହ

ଅଯୋଧ୍ୟା: ପ୍ରେମରେ କହିଲେ ସବୁକିଛି ସମ୍ଭବ ହୋଇଥାଏ । ଅଯୋଧ୍ୟାରେ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରେ ୨ଜଣ ଯୁବତୀ ପରସ୍ପର ସହ ବିବାହ କରିଛନ୍ତି । ତେବେ କାନପୁରରେ ରହୁଥିବା ଯୁବତୀ ନିଜ ମାଉସୀ ଘର ଅଯୋଧ୍ୟାର ସାହେବଗଞ୍ଜ ଅଞ୍ଚଳକୁ ଆସୁଥିଲେ । ଏହି ସମୟ ମଧ୍ୟରେ ସାହେବଗଞ୍ଜରେ ରହୁଥିବା ଆଉ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଲା ।

୨ବର୍ଷ ହେବ ଚାଲିଥିବା ଏହି ପ୍ରେମ ସମ୍ପର୍କ ବିଷୟରେ ସମସ୍ତେ ଜାଣିଲେ ଯେତେବେଳେ ଦୁହେଁ ବାହାହୋଇଥିଲେ । ସେମାନେ ଅଗଷ୍ଟ ୨୬ତାରିଖରେ କାନପୁରର ତପସ୍ୱୀ ମନ୍ଦିରରେ ବିବାହ କରି ଏବେ ସ୍ୱାମୀ-ସ୍ତ୍ରୀ ପରି ରହିବାରେ ଲାଗିଛନ୍ତି । ଯେତେବେଳେ ଦୁହେଁ ଅଯୋଧ୍ୟାର କୋତୱାଲି ସହରକୁ ପହଞ୍ଚିଥିଲେ ସେତେବେଳେ ଜଣେ ବର ତ ଆଉ ଜଣେ କନ୍ୟା ଭାବେ ସଜେଇ ହୋଇଥିଲେ । ପାଦରେ ଅଳତା, ମଥାରେ ସିନ୍ଦୂର ଓ ହାତରେ ମେହେନ୍ଦୀ ଲାଗିଥିଲା ।

ପୋଲିସ କହିବା ମୁତାବକ,  ଦୁହିଁଙ୍କ ପରିବାର ଲୋକ ମଧ୍ୟ ଏହାକୁ ବିରୋଧ କରୁନାହାନ୍ତି । ଯୁବତୀ ୨ ଜଣ ପରିବାର ଳୋକଙ୍କ ସହମତି ନେଇ ଏବେ ଏକାଠୀ ରହିବାରେ ରହିଛନ୍ତି ।

Get real time updates directly on you device, subscribe now.