fbpx

ଜୁମ ମିଟିଙ୍ଗରେ ସେକ୍ରେଟେରୀ ସହ ରୋମାନ୍ସ କରୁଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ, ଚାକିରିରୁ ବହିଷ୍କାର

କରୋନା ଭାଇରସ୍ ଯୋଗୁଁ ଅନେକ ଅଫିସିଆଲ କାମ ଅନଲାଇନରେ କରାଯାଉଛି । ପିଲାଙ୍କଠାରୁ ଆରମ୍ଭ କରି ଅଫିସ ମିଟିଙ୍ଗ ପର୍ଯ୍ୟନ୍ତ, ସବୁ କାମ ଅନଲାଇନ୍ ମାଧ୍ୟମରେ ହେଉଛି । କିନ୍ତୁ ଟେକ୍ନୋଲୋଜୀର ସଠିକ୍ ଜ୍ଞାନ ନଥିଲେ ଲୋକଙ୍କ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ କ୍ୟାମେରାରେ କଏଦ ହେଉଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସରକାରୀ ଅଧିକାରୀ ନିଜ ସେକ୍ରେଟେରୀ ସହ ସମ୍ପନ୍ଧ ବନାଉଥିବା ବେଳେ କ୍ୟାମେରାରେ ଧରାପଡିଛନ୍ତି ।

ତେବେ କ୍ୟାବିଟେ ପ୍ରଦେଶର ଫତିମା ଦାସ ଗ୍ରାମ ପରିଷଦର ସଦସ୍ୟମାନଙ୍କ ସହ ଜୁମ୍ ଆପରେ ମିଟିଙ୍ଗ କରୁଥିଲେ । କାମ ସମ୍ପର୍କରେ ପ୍ରତିଦିନ ମିଟିଙ୍ଗ ହେଉଥିଲା, କିନ୍ତୁ ଅଗଷ୍ଟ ୨୬ ତାରିଖରେ ମିଟିଙ୍ଗ ଚାଲିଥିବା ବେଳେ କ୍ୟାପ୍ଟେନ ଜାସନ୍ ଏଷ୍ଟିଲଙ୍କ ଦ୍ୱାରା ଏକ ବଡ ଭୁଲ ହୋଇଗଲା । ଏଷ୍ଟିଲଙ୍କୁ ଲାଗିଲା ଯେ ମିଟିଙ୍ଗ ଶେଷ ହୋଇସାରିଛି, କିନ୍ତୁ ମିଟିଙ୍ଗ ଜାରି ରହିଥିଲା । ଏଷ୍ଟିଲ କ୍ୟାମେରା ଅନ୍ କରି ଛାଡିଦେଇ ସେହି ରୁମରେ ଥିବା ସେକ୍ରେଟେରୀ ସହ ରୋମାନ୍ସ କରିବାରେ ଲାଗିଲେ । ଏହି ସମୟରେ ସମସ୍ତ କର୍ମଚାରୀ କନଫରେନ୍ସ କଲରେ ଲାଇଭ୍ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜ ଫୋନରେ ଏଷ୍ଟିଲଙ୍କ ଏହି କାର୍ଯ୍ୟର ଭିଡିଓ କରିଥିଲେ । ଯେତେବେଳ ଏଷ୍ଟିଲ ପୁନଃ ମିଟିଙ୍ଗରେ ଜଏନ କରିବାକୁ ଚିନ୍ତା କଲେ, ସେବେ ଜାଣଶିବାକୁ ପାଇଲେ କି ତାଙ୍କ କ୍ୟାମେରା ଅନ୍ ହିଁ ଅଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟ ପରେ ଲୋକମାନେ ଏଷ୍ଟିଲଙ୍କ ଉପରେ କ୍ରୋଧ ପ୍ରକାଶ କରିବା ସହ ତାଙ୍କୁ ଶୀଘ୍ର ଚାକିରିରୁ ବହିଷ୍କାର କରିଛନ୍ତି ।

Get real time updates directly on you device, subscribe now.