fbpx

ଅନୁଭବ-ବର୍ଷା ବିବାଦ ମାମଲାରେ କ’ଣ କହିଲେ ଅଶ୍ୱିନୀ ଦୁବେ?

ଭୁବନେଶ୍ୱର,୧୩ ।୯(ଓଡିଶା ଭାସ୍କର): ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟ ଦର୍ଶନୀଙ୍କ ବିବାଦ ଏବେ ଚର୍ଚ୍ଚାରେ ରହିଛି । ଦୁହେଁ ଦୁହିଁଙ୍କ ଭିତିରି କଥା ସୋସିଆଲ ମିଡିଆରେ କହିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଅନୁଭବ ମହାନ୍ତିଙ୍କ ଓକିଲ ଅଶ୍ୱିନୀ ଦୁବେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ବିବାହ ବିଚ୍ଛେଦ ପାଇଁ କ୍ରୁରତା ଏକ ବଡ କାରଣ । ଉଭୟ ପକ୍ଷ ଏବେ ସୋସିଆଲ ମିଡିଆରେ ତଥ୍ୟ ରଖୁଛନ୍ତି । ଏହା ଡିଜିଟାଲ ଏଭିଡେନ୍ସ ହିସାବରେ ଗ୍ରହଣ କରାଯିବ । କୋର୍ଟ ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ବିଚାରକୁ ନେଇପାରନ୍ତି । ସେଲିବ୍ରିିଟ ହେଲେ ବି ବିବାହ ଆଇନ ସମସ୍ତଙ୍କ ପାଇଁ ସମାନ ରହିବ । ଅମିର ଖାନଙ୍କ ବିବାହ ବିଚ୍ଛେଦ ଏହାର ଏକ ବଡ ଉଦାହରଣ ।’

Get real time updates directly on you device, subscribe now.