fbpx

ଘରେ ପଶିଗଲା ଚୋର: ଏସିର ଥଣ୍ଡା ପବନରେ ଚୋରି କରିବା ଭୁଲି ମାଲିକର ବେଡ ତଳେ ହିଁ ଶୋଇପଡିଲା

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରୁ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଚୋରର କାରନ।।ମ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଚୋର ଘରୁ ଚୋରୀ କରିବା ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିଲା । କିନ୍ତୁ ସେ ଘରେ ପଶି ଯାହା କଲା, ତାହା ଶୁଣିଲେ ଆପଣଙ୍କର ହୋସ୍ ଉଡିଯିବ ।

ବାସ୍ତବରେ ଏହି ମାମଲା ଗୋଦାବରୀ ଜିଲ୍ଲାର ଗୋକାଭରମ ଗାଁରେ ଘଟିଛି । ୨୧ ବର୍ଷୀୟ ସୁରୀ ବାବୁ ସେଠାରେ ରହୁଥିବା ସତୀ ଭେଙ୍କଟ ରେଡ୍ଡୀଙ୍କ ଘରେ ଚୋରି କରିବାକୁ ଯୋଜନା କରିଥିଲା । ସତୀ ଭେଙ୍ଗଟା ରେଡ୍ଡୀ ଏକ ପେଟ୍ରୋଲ କମ୍ପାନୀର ମାଲିକ ଭାବି ଚୋର ତାଙ୍କ ଘରୁ ମୋଟାଅଙ୍କର ସୁନାଗହଣା ଓ ଟଙ୍କା ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲା ।

ଚୋରଟି ଲୁଟିବା ଉଦ୍ଦେଶ୍ୟରେ ଘରେ ପଶିଥିଲା ସତ, କିନ୍ତୁ ଏୟାର କଣ୍ଡିସନରର ଥଣ୍ଡା ପବନରେ ମାଲିକ ବେଡ ତଳେ ହିଁ ଶୋଇପଡିଥିଲା । ଆଖି ଖୋଲିବାକୁ ନିଜକୁ ପୋଲିସ ହେପାଜତରେ ପାଇଥିଲା ଚୋର । ଏହା ସହ ସୁରୀ ବାବୁ କରୋନାକୁ ଦଢଷ୍ଟିରେ ରଖି ମାସ୍କ ପିନ୍ଧି ଚୋରି କରିବାକୁ ଘରେ ପଶିଥିଲେ ବୋଲି ଜଣାପଡିଛି ।

ପୋଲିସର ତଦନ୍ତ ପରେ ଜଣାପଡିଛି ଯେ, ସୁରୀ ଏକ ଛୋଟ ମିଠା ଦୋକାନରେ କାମ କରୁଥିଲା । ଲକଡାଉନ ଯୋଗୁଁ ବେପାର ମାନ୍ଦା ପଡିବାରୁ ସେ ଚୋରି କରିବାକୁ ଯାଉଥିଲା । କିନ୍ତୁ ଘର ମାଲିକଙ୍କ ଏସି ଆଗରେ ତାକୁ ନିଦ ଆସିଥିଲା, ଯାହାକି ପରେ ମହଙ୍ଗା ପଡିଲା । ସୁରୀ ଏବେ ପୋଲିସ ହେପାଜତରେ ଅଛନ୍ତି ।

Get real time updates directly on you device, subscribe now.