fbpx

କାଣ୍ଡଲା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ୩ମୃତ

ଗୁଜୁରାଟ, ୩୦ା୧୨: ଗୁଜୁରାଟର କାଣ୍ଡଲା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସେହି ଅଗ୍ନିକାଣ୍ଡରେ ୩ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହାସହ ଦୁଇ ଜଣ ନିଖୋଜ ମଧ୍ୟ ଅଛନ୍ତି । ସେଠାରେ ରାସାୟନିକ ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଦମକଳ ଦ୍ୱାରା ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.