fbpx

ପୂଜା ଋତୁ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏସଓପି

ନୂଆଦିଲ୍ଲୀ, ୭ ।୧୦: କରୋନା ସଙ୍କଟ ଚାଲିଥିବା ବେଳେ ଆଗକୁ ଆସୁଛି ପୂଜା ଋତୁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ଏସଓପି ମୁତାବକ, ୬୫ ବର୍ଷ ବୟରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ମହିଳା ଓ ୧୦ବର୍ଷରୁ କମ୍‍ ବୟସର ପିଲାମାନଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି। ମହୋତ୍ସବ ଗୁଡ଼ିକ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରିବା, କୋଭିଡ କଟକଣା ଗୁଡ଼ିକର ଠିକ୍‍ ଭାପେ ପାଳନ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା, ଥର୍ମାଲ୍‍ ସ୍କ୍ରିନିଂ, ଶାରୀରିକ ଦୂରତା ଓ ସାନିଟାଇଜେସନ୍‍ର ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ପ୍ରଶାସନକୁ କହିଛି। ଧାର୍ଯ୍ୟ ସୀମାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ହେବାକୁ ଦିଆଯିବ ନାହିଁ ଓ ଲୋକମାନଙ୍କ ମଧ୍ୟରେ ଆବଶ୍ୟକ ଶାରୀରିକ ଦୂରତା ବଜାୟ ରଖାଯିବ। ଏଥିସହିତ ସମସ୍ତଙ୍କ ପାଇଁ ମାସ୍କ୍‍ ପରିଧାନ ବାଧ୍ୟତା ମୂଳକ କରାଯାଇଛି।’

ତେବେ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ଅନେକ ପୂଭା ପର୍ବ ଓ ମହୋତ୍ସବ ଅନୁଷ୍ଠିତ ହେବ।

Get real time updates directly on you device, subscribe now.