fbpx

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୧୧ ।୧୦(ଓଡିଶା ଭାସ୍କର) : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ବଙ୍ଗୋପସାଗରରେ ଏହି ଲଘୁଚାପଟି ଅବପାତର ରୂପ ନେଇଛି । ବିଶାଖାପାଟଣାଠାରୁ ୪୩୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ଏହା କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ଆଶଙ୍କା ରହିଛି । ଆସନ୍ତାକାଲି ରାତିରେ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ ଏହି ଅବପାତ । ନରସପୁର ଓ ବିଶାଖାପାଟଣା ମଧ୍ୟରେ ଏହି ଅବପତେ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.