fbpx

ନିୟମ କୋହଳ ପରେ ପୁଣି ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୧ ।୧୦: ଲକଡାଉନନିୟମରେ କୋହଳ ପରେ ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା । ରବିବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସର୍ବନିମ୍ନ ସ୍ତରକୁ ଖସିଛି । ତେବେ ସୋମବାର ମଧ୍ୟରେ ହାୱାର ଦିଗ ପରିବର୍ତ୍ତନ ହେବାକୁ ଥିବାରୁ ପ୍ରଦୂଷଣ ମାତ୍ରା କମିପାରେ ବୋଲି ଜଣାପଡ଼ିଛି । ଦିଲ୍ଲୀର ଜାହାଙ୍ଗିରପୁରା ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୫ ରହିଥିବା ବେଳେ ପାଟପରାଗଞ୍ଜରେ ୨୨୮ ରହିଛି । ରାଜଧାନୀରେ ପୁଣି ଥରେ ପ୍ରଦୂଷଣ ମାତ୍ରା ବଢିଥିବାରୁ ଏହାର ମୁକାବିଲା ପାଇଁ ସରକାର କିଛି ନୂଆ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.