fbpx

ମୁମ୍ବାଇରେ ବିଜୁଳି ଯୋଗାଣ ଠପ୍

ମୁମ୍ବାଇ,୧୨ ।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ବିଜୁଳି ଗ୍ରୀଡ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହରରେ ଏବେ ଅନ୍ଧାରରେ ରହିଛନ୍ତି । ଖାଲି ସେତିକି ନୁହେଁ, ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି । ନଭି ମୁମ୍ବାଇ, ବାନ୍ଦ୍ରା ଓ ଥାନେ ଅଞ୍ଚଳରେ ବିଦ୍ୟୁତ୍ ଠପ୍ ହୋଇ ପଡିଛି । ସେଣ୍ଟ୍ରାଲ ଲାଇନରେ ପାସେଞ୍ଜର ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ଯୋଗାଣ ଠପ୍ ହେବା କାରଣରୁ ଦିନ ୧୦ଟା ପରଟଠାରୁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି ।

Get real time updates directly on you device, subscribe now.