fbpx

ଆଜି ମଧ୍ୟ ରାତ୍ରରୁ ଏଠାରେ ବାଣ ବିକ୍ରି ବନ୍ଦ, ଜାଣନ୍ତୁ କେଉଠିଁ?

ନୂଆଦିଲ୍ଲୀ,୯ ।୧୧: କରୋନା କାଳରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ବ୍ୟାନ୍ ଘୋଷଣା କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି । ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି । ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ ।

ତେବେ ପ୍ରଦୂଷଣ ସ୍ତର ମଧ୍ୟମ ଥିବା ସହରରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ । ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ବିକ୍ରି ଓ ଫୁଟାଯାଇ ପାରିବ ବୋଲି ଏନଜିଟି ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.