fbpx

ଶରୀର ପାଇଁ ଲାଭଦାୟକ ହୋଇଥାଏ ଛଟ୍ ପୂଜାର ପ୍ରସାଦ, ଜାଣନ୍ତୁ ଏହାର ମହତ୍ତ୍ୱ

ଛଟ୍ ପୂଜାରେ ସୂର୍ଯ୍ୟଦେବାତାଙ୍କୁ ଉପାସନା କରାଯାଇଥାଏ । ଆଜି ଏହି ମହାପର୍ବର ତୃତୀୟ ଦିନ ହୋଇଥିବା ବେଳେ ପାଣିରେ ବୁଡି ସୂର୍ଯ୍ୟଦେବାତାଙ୍କୁ ଅର୍ଘ୍ୟ ଦିଆଯିବ । ତେବେ ଛଟ୍ ପୂଜାରେ ଦିଆଯାଉଥିବା ଭୋଗର ବିଶେଷ ମହତ୍ତ୍ୱ ରହିଛି । ଏହି ପ୍ରସାଦ ବିନା ଛଟ୍ ପୂଜା ପୂରଣ ହୋଇନଥାଏ । ଏଥିରେ ଦିଆଯାଉଥିବା ଭୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହାର ବିଶେଷ ମହତ୍ତ୍ୱ..

ଡାବ୍ ଲେମ୍ବୁ– ଡାବ ଲେମ୍ବୁର ବାହାର ହଳଦିଆ ଓ ଭିତର ଲାଲ୍ ହୋଇଥାଏ । ଏଥିରେ ଭିଟାମିନ୍ ସି ରହିଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ।

କଦଳୀ– ଛଟ୍ ପୂଜରାରେ କଦଳୀ ଡଜନ ହିସାବରେ ଚଢାଯାଏ ଓ ପରେ ତାକୁ ପ୍ରସାଦ ଭାବେ ବଣ୍ଟାଯାଏ । କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହାକି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।

ଠେକୁଆ– ଛଟ୍ ପୂଜାରେ ଠେକୁଆର ପ୍ରସାଦକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଗୁଡ ଓ ଅଟାକୁ ମିଶାଇ ଏହାକୁ ପ୍ରସ୍ତୁତ କରିଥାନ୍ତି । ଛଟ୍ ସହିତ ଶୀତ ଆରମ୍ଭ ହୋଇଥାଏ । ଗୁଡ ଥଣ୍ଡାଠାରୁ ନୂରେଇ ରଖିବା ସହ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ ।

ନଡିଆ-ନଡିଆରେ ଭିଟାମିନ୍, ଫାଇବର, କାର୍ବୋହାଇଡ୍ରେଟ, ପ୍ରୋଟିନ ଓ ପୋକେ ତତ୍ତ୍ୱ ରହିଥାଏ, ଯାହାକି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ନଡିଆ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଆଖୁ-ଛଟ୍ ପୂଜାରେ ଅର୍ଘ୍ୟ ଦେଉଥିବା ବେଳେ ଆଖୁ ନିହାତି ଭାବେ ରଖାଯାଏ । ଏହା ଲିଭରକୁ ଠିକ୍ ରଖିବା ସହ ଓଜନ କମ୍ କରିବାରେ ସାହାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.