fbpx

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ । ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଝାଡଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ଇଚ୍ଛା ଡ୍ୟାମ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ନିର୍ମାଣଧୀନ ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନ ଅନୁରୋଧ କରିଛନ୍ତି । ୪ଟି ପ୍ରକଳ୍ପ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି । ଏହା ଦ୍ୱାରା ଜଳସେଚନ, ବନ୍ୟା ପରିଚାଳନା ଓ କୃଷିରେ ଓଡିଶା ଉପକୃତ ହେବ । ଚୁକ୍ତି ଅନୁଯାୟୀ ଓଡିଶା ନିଜ ଭାଗର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ବୋଲି ନବୀନ ଲେଖିଛନ୍ତି ।

Get real time updates directly on you device, subscribe now.