fbpx

ପୁଣି ନକଲି ଘିଅ କମ୍ପାନୀ ଠାବ ,ଲକ୍ଷାଧିକ ଟଙ୍କାର ଘିଅ ଜବତ

କଟକ, ୩୦ା୧୧ (ଓଡିଶା ଭାସ୍କର): କଟକ ଜିଲ୍ଲା , ନକଲି ଘିଅ କମ୍ପାନୀର ପେଣ୍ଠସ୍ଥଳ ପାଲଟିଛି । ପୂର୍ବରୁ ଜଗତପୁର ଅଞ୍ଚଳରୁ ନକଲି ଘିଅ କମ୍ପାନୀକୁ ଠାବ କରାଯାଇଥିବା ବେଳେ ଆଜି ପୁଣି ଏକ ନକଲି ଘିଅ କମ୍ପାନୀରେ ସିଏମସି (CMC) ଓ କମିଶନରେଟ୍ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । । ଏହି ଚଢ଼ାଉ ଫଳରେ କମିଶନରେଟ୍ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି । । ଜବତ ଘିଅର ମୂଲ୍ୟ ପାଖାପାଖି କୋଟିଏରୁ ଅଧିକ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏଠାରେ ବହୁବର୍ଷ ଧରି କମ୍ପାନୀ ଚାଲି ଆସୁଥିବା ସହ ନାମିଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ଜବତ କରାଯାଇଛି । ଗତକାଲି ମଧ୍ୟ କଟକରୁ ନକଲି ଘିଅ କମ୍ପାନୀକୁ ପୋଲିସ ଦ୍ୱାରା ଠାବ କରାଯାଇଥିଲା । ଲଗାତାର ତିନିଦିନ ଧରି କଟକରେ ଏହି ନକଲି କମ୍ପାନୀ ଠାବ ହୋଇଆସୁଛି ।

Get real time updates directly on you device, subscribe now.