fbpx

ଲକଡାଉନରେ ଗାଁକୁ ଫେରିଲା ପରିବାର, ଆଲମିରା ଝାଡୁ ଝାଡୁ ବାହାରିଲା ସୁନା ବିସ୍କୁଟ୍

ଭାଗ୍ୟ କେତେବେେଳେ ଯେ କାହାର ବଦଳିଯିବ, ତାହା କାହାକୁ ବା ଜଣାଥାଏ । କରୋନା ସଙ୍କଟରେ କିଛି ଲୋକଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଆଉ କିଛି ଲୋକଙ୍କ ଭାଗ୍ୟ ଚମକିବାରେ ଲାଗିଛି । ଏପରି ଏକ ମାମଲା ଫ୍ରାନ୍ସରେ ଦେଖିବାକୁ ମିଳିଛି । ସେଠାରେ ଏକ ପରିବାର ଲକଡାଉନ ଯୋଗୁ ନିଜ ଗାଁକୁ ଫେରି ପୈତୃକ ବାସଭବନରେ  ରହିବାକୁ ଲାଗିଲେ । କିନ୍ତୁ ସେଠାରେ ତାଙ୍କ ଭାଗ୍ୟ ବଦଳିଯିବ ବୋଲି ସେମାନେ କେବେ କଳ୍ପନା ବି କରିନଥିଲେ ।

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ରହୁଥିବା ପରିବାର ଲକଡାଉନ କାରଣରୁ ନିଜ ଗାଁ ୱେନଡମ ଫେରିଥିଲା । ଏହି ସମୟରେ ପୁରୁଣା ଆଲମିରା ଝାଡୁ ଝାଡୁ ସେମାନେ ଏକ ଗଣ୍ଠିଲି ଦେଖିବାକୁ ପାଇଥିଲେ, ଯେଉଁଥିରେ ଥିଲା ୨ ଟି ସୁନା ବିସ୍କୁଟ । ଏହି ସୁନା ବିସ୍କୁଟ ୫୦ ବର୍ଷ ପୁରୁଣା ହୋଇଥିବା ଜଣାପଡିଛି । ସୁନାର ଦାମ୍ ୪୦ ହଜାର ୟୁରୋ ବା ୩୩ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ପରିବାର ପକ୍ଷରୁ କୁହାଯାଉଛି ଯେ, ୧୯୬୭ ମସିହାରେ ତାଙ୍କ ଜେଜେ ମା’ ଏହି ସୁନାକୁ କିଣିଥିଲେ । କିନ୍ତୁ ଶେଷ ସମୟ ସୁଦ୍ଧା ସେ ଏବିଷୟରେ କାହାକୁ କହିପାରିନଥିଲେ ।

Get real time updates directly on you device, subscribe now.