fbpx

ସନ୍ଦିପ କଟାରିଆ ବାଟାର ନୂଆ ସିଇଓ

ନୂଆଦିଲ୍ଲୀ, ୧ା୧୨ : ଆଇଆଇଟି ଦିଲ୍ଳୀର ପୂର୍ବତନ ଛାତ୍ର ସନ୍ଦିପ କଟାରିଆଙ୍କୁ ବାଟା କମ୍ପାନୀ ଏହାର ଗ୍ଲୋବାଲ ସିଇଓ ପଦରେ ଅଧିଷ୍ଠିତ କରିଛି । ସେ ୧୨୬ ବର୍ଷ ପରେ ବାଟା କମ୍ପାନୀରେ ପ୍ରଥମ ଭାରତୀୟ ଭାବେ ସେ ଏହି ପଦ ସମ୍ଭାଳିବେ । ବର୍ତ୍ତମାନ ସେ ବାଟା ଇଣ୍ଡିଆର ସିଇଓ ଅଛନ୍ତି । ୪୯ ବର୍ଷୀୟ କଟାରିଆଙ୍କର ପୂର୍ବରୁ ଭୋଡାଫୋନ, ୟୁନିଲିଭର ଆଜି ପ୍ରତିଷ୍ଠିତ କମ୍ପାନୀମାନଙ୍କରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ସୂଚନାଯୋଗ୍ୟ ଯେ, ବାଟା କମ୍ପାନୀ ଭାରତରେ ଘରେ ଘରେ ଅତି ପରିଚିତ ଥିବାବେଳେ କମ୍ପାନୀର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡରେ ଅବସ୍ଥିତ । ୨୦୧୭ରେ ସେ ବାଟା ଇଣ୍ଡିଆର ସିଇଓ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

Get real time updates directly on you device, subscribe now.