fbpx

ଗର୍ଭାବସ୍ଥାରେ ଅନୁଷ୍କା କଲେ ଶୀର୍ଷାସନ: ଗୋଡ଼ ଧରିଲେ ବିରାଟ, ଦେଖନ୍ତୁ ଭାଇରାଲ ଫଟୋ

ମୁମ୍ବାଇ, ୧ ।୧୨: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛିି । ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ଦେଖିବାକୁ ମିଳିଛିି । ଏହି ଆସନ କରିବାରେ ବିରାଟ କୋହଲି ତାଙ୍କୁ ସାହାଯ୍ୟ କରୁଛନ୍ତି । ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍ ସ୍ପଷ୍ଟ ଭାବେ ଦେଖାଯାଉଥିବା ବେଳେ ବିରାଟ ଖୁବ୍ କେୟାରଫୁଲ୍ ହୋଇ ତାଙ୍କ ଗୋଡ଼କୁ ସପୋର୍ଟ ଦେଉଛନ୍ତି ।

ଅନୁଷ୍କା ଇନଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଛନ୍ତି ଯେ,‘ ଏହା ‘ହ୍ୟାଣ୍ଡସ ଡାଉନ ଏବଂ ଲେଗ୍ସ ଅପ୍ ଏକ୍ସରସାଇଜ୍ । ଯୋଗ ମୋ ଜୀବନର ବଡ଼ ଅଂଶ । ଡାକ୍ତର କହିଛନ୍ତି ଯେ ମୁଁ ସବୁ ଆସନ କରିପାରିବି ଯେଉଁଥିରେ ଅତ୍ୟଧିକ ଟ୍ୱିଷ୍ଟ୍ କରିବା କିମ୍ବା ବହୁତ ଅଧିକ ନଇଁବା ନଥିବ ,କିନ୍ତୁ ସଠିକ୍ ଏବଂ ଜରୁରୀ ସପୋର୍ଟ ସହ କରିବାକୁ ପଡିବ । ଶୀର୍ଷାସନ ଯାହା ମୁଁ ଦୀର୍ଘ ବର୍ଷରୁ କରିଆସୁଛି, ଭାବିଲି ଯେ କାନ୍ଥ ସାହାଯ୍ୟରେ ଏହାକୁ କରିବି ଏବଂ ସ୍ୱାମୀ ମୋତେ ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିବେ ଯାହା ଦ୍ୱାରା ମୋତେ ଅଧିକ ସୁରକ୍ଷା ମିଳିବ ।’

 

ତେବେ ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ବାପା ହେବାକୁ ଯାଉଛନ୍ତି । ଅନୁଷ୍କାଙ୍କ ଏହି ଫଟୋରେ ଦୁହିଁଙ୍କ ଭଲପାଇବା ଓ କେୟାର ଦର୍ଶକଙ୍କୁ ଦେଖିବାକୁ ମିଳୁଛି । ମାତ୍ର ୧୨ମିନିଟରେ ଏହି ଫଟୋକୁ ୩ଲକ୍ଷରୁ ଅଧିକ ଲୋକେ ଲାଇକ୍ ଏବଂ ସେୟାର କରିଛନ୍ତି ।

https://www.instagram.com/p/CIPlweXJ7mw/?utm_source=ig_web_copy_link

Get real time updates directly on you device, subscribe now.