ଆସନ୍ତାକାଲିର ଭାରତ ବନ୍ଦକୁ ନେଇ କ’ଣ ରହିଛି ବିଜେଡିର ପ୍ରତିକ୍ରିୟା?

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲିର ଭାରତ ବନ୍ଦକୁ ନେଇ ନିଜର ପ୍ରତିକିୟା ରଖିଛି ବିଜେଡି । ବିଜେଡି ଉପସଭାପତି ଦେବୀ ମିଶ୍ର ନିଜର ପ୍ରତିକିୟା ଦେଇ କହିଛନ୍ତି ଯେ, ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ, ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଆମର ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଥିଲୁ । ତେବେ ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି ଦେବୀ କହିଛନ୍ତି ।

Get real time updates directly on you device, subscribe now.