fbpx

ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୭ ।୧(ଓଡିଶା ଭାସ୍କର): ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ ଭେଙ୍କେଟେଶ୍ୱର ରାଓଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । SDPOଙ୍କ ଉପସ୍ଥିତିରେ ହରଡଗୁଡା ଜଙ୍ଗଲରୁ ଜେଇ ଏମ ଭେଙ୍କେଟେଶ୍ୱରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି ବିସିଙ୍ଗପୁର ପୋଲିସ ।

ତେବେ କନିଷ୍ଠ ଯନ୍ତ୍ରୀ ଏମ ଭେଙ୍କେଟେଶ୍ୱର ରାଓ ଗତକାଲିଠାରୁ କାର୍ଯ୍ୟ ତଦାରଖ ହରଡଗୁଡା ପଞ୍ଚାୟତକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଏନେଇ ବୋରିଗୁମ୍ମା ଥାନାରେ ଭେଙ୍କେଟେଶ୍ୱରଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଏତଲା ପରେ କନିଷ୍ଠ ଯନ୍ତ୍ରୀ ଏମ ଭେଙ୍କେଟେଶ୍ୱରଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୋଲିସ ଏବଂ ବିଭାଗୀୟ ଅଧିକାରୀଙ୍କ ୨ଟି ଟିମ୍ ଖୋଜାଖୋଜି କରିଥିଲେ ।

Get real time updates directly on you device, subscribe now.