ପୁରୀ, ୧୨ା୧୨ (ଓଡିଶା ଭାସ୍କର): ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିରକୁ ବନ୍ଦ ରଖାଯିବ । ଜାନୁଆରୀ ୩ରୁ ପୁରୀ ବ୍ୟତୀତ ବାହାର ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ । କରୋନା ନେଭେଟିଭ୍ ରିପୋର୍ଟ ବ୍ୟକ୍ତିଙ୍କୁ ହିଁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ତେବେ ପ୍ରଥମ ସପ୍ତାହରେ ଲୋକଙ୍କ ସଂଖ୍ୟା ବଢ଼ାଇବା ନିମନ୍ତେ ପ୍ରୟାସ ଜାରି ରହିଛି । ଭକ୍ତମାନେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପ୍ରଭୁଙ୍କ ଦର୍ଶନ ପାଇଁ ଏସଓପି ଜାରି କରାଯିବାକୁ ଯୋଜନା ଚାଲିଛି ବୋଲି ଛତିଶା ନିଯୋଗର ବୈଠକରେ ନିଷ୍ପତ୍ତି ହୋଇଛି ।