fbpx

ବିବାହ ବନ୍ଧନ ରେ ବାନ୍ଧି ହେଲେ ପ୍ରସିଦ୍ଧ କୋରିଓଗ୍ରାଫର ପୁନିତ ପାଠକ

ପ୍ରସିଦ୍ଧ କୋରିଓଗ୍ରାଫର , ଡ୍ୟାନ୍ସର ଏବଂ ରିଆଲିଟି ସୋ ବିଚାରକ ପୁନିତ ପାଠକ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ।ସେ ନିଜ ଗର୍ଲଫ୍ରେଣ୍ଡ ନିଧି ସିଂଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାବଲାରେ ନିଜର ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ପୁନିତ ପାଠକଙ୍କ ବିବାହର ଏକ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ସେ ଏବଂ ନିଧି ସିଂ, ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି।

Get real time updates directly on you device, subscribe now.