fbpx

ଗରିବଙ୍କୁ ସୋନୁଙ୍କ ଉପହାର, ଚାକିରି ହରାଇଥିବା ଲୋକଙ୍କୁ ଯୋଗାଇବେ ଇ-ରିକ୍ସା

ସାଧାରଣ ଗରିବ ଲୋକଟିଏ ପାଇଁ ପାଇଁ ସିଏ ହେଉଛନ୍ତି ଦେବଦୂତ । ଥରେ ନୁହେଁ ଅନେକ ଥର ଅନେକ ଲୋକଙ୍କୁ ମରଣ ମୁହଁରୁ ବଞ୍ଚାଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସେ ଭଗବାନ ପାଲଟିଛନ୍ତି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ନିକଟରେ ସୋନୁ “ଖୁଦ କମାଓ ଘର ଚଲାଓ” ନାମକ ଏକ ଅଭିଯାନରେ କରୋନା କାଳରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଯୋଗାଇ ଦେବାର ପ୍ରୟାସ ଆରମ୍ଭ କରିଛନ୍ତି ।

ଦେଶରୁ ବେରୋଜଗାରୀ ହଟାଇବା ସୋନୁଙ୍କ ମୁଖ୍ୟ ଲକ୍ଷ୍ୟ । ଲକଡାଉନଠାରୁ ଦେଶବାସୀଙ୍କ ସହ ଛିଡ଼ା ହୋଇଆସିଛନ୍ତି ସୋନୁ । କରୋନାରେ ଅନେକ ଲୋକଙ୍କ ଚାକିରି ଚାଲି ଯାଇଛି । ଏହାକୁ ହୃଦୟଙ୍ଗମ କରି ସୋନୁ ଏହି ଛୋଟିଆ ପଦକ୍ଷେପ ନେଇଛନ୍ତି । ଯାହା ମାଧ୍ୟମରେ ସାଧାରଣ ଗରିବ ଲୋକଟିଏ ରୋଜଗାରକ୍ଷମ ହୋଇପାରିବ ବୋଲି ସୋନୁଙ୍କ ବିଶ୍ୱାସ ।

Get real time updates directly on you device, subscribe now.