fbpx

ଚନ୍ଦ୍ରରେ ହେବ ପନିପରିବା ଚାଷ, ଏହି ଦେଶ ତରଫରୁ ଚାଲିଛି ଗବେଷଣା

ନୂଆଦିଲ୍ଲୀ, ୨୨ା୧୨: ଏଣିକି ଚନ୍ଦ୍ରରେ ପନିପରିବା ଚାଷ କରାଯିବ । ଏନେଇ ଗବେଷଣା ଜାରି ରହିଛି । ଚୀନ ଏନେଇ ଗବେଷଣା ଚଳାଇଛି । ଚୀନର ବୈଜ୍ଞାନିକମାନେ ଚନ୍ଦ୍ରରୁ ମାଟି ଆଣି ତାହାକୁ କିପରି ଉପଯୋଗ କରାଯିବ, ସେନେଇ ରିସର୍ଚ୍ଚ ଚଳାଇଛନ୍ତି ।

ଚନ୍ଦ୍ରରେ ଥିବା ମାଟିରେ ପୋଷକ ତତ୍ତ୍ୱ ନାହିଁ । ଫଳରେ ଏହା ସବଜି ଚାଷ ନିମନ୍ତେ ଅନୁକୂଳ ନୁହେଁ । ଏହାର ଉପଯୋଗ ଅନ୍ୟ କାର୍ଯ୍ୟରେ କରାଯାଇପାରେ । ଏନେଇ ଗ୍ଲୋବାଲ ଟାଇମ୍ସ ତରଫରୁ ପୂର୍ବରୁ ସୂଚନା ଦିଆଯାଇଛି ।

୨୦୧୩ ମସିହା ପରଠାରୁ ଚୀନ ତିନିଥର ଏନେଇ ଗବେଷଣା କାର୍ଯ୍ୟ କରିସାରିଛି । ୨୦୧୯ ଜାନୁଆରୀ ମାସରେ ଚୀନ ଅନ୍ତରୀକ୍ଷ ଯାନ ‘ଚାଙ୍ଗ ଇ-୪’ ନାମକ ଏକ କ୍ଷୁଦ୍ର ରୋବୋଟିକ୍ ରୋଭର ଦ୍ୱାରା ଚନ୍ଦ୍ରର ବହୁ ଦୂରରେ ଅବତରଣ କରି ଇତିହାସ ରଚିଥିଲା । ୪୦ ବର୍ଷ ପୂର୍ବରୁ ଆମେରିକା ଚନ୍ଦ୍ରର ନମୂନା ଏକତ୍ରିତ କରିବା ପାଇଁ କିଛି ମହାକାଶ ଯାତ୍ରୀଙ୍କୁ ପଠାଇଥିଲା । ମହାକାଶରେ ଚୀନର ଏଭଳି ଅଭିଯାନ ହେଉଛି ବିଶ୍ୱରେ ପ୍ରଥମ ।

Get real time updates directly on you device, subscribe now.