କାଲି ଖୋଲିବ ଶ୍ରୀମନ୍ଦିର: ଦର୍ଶନ ପାଇଁ ଆସିଲା ୱାର୍ଡୱାରୀ ତାଲିକା

ପୁରୀ,୨୨ ।୧୨(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ହୋଇଥିବା ପୁରୀ ଶ୍ରୀମନ୍ଦିର ଆସନ୍ତାକାଲି ଖୋଲିବାକୁ ଯାଉଛି । ୨୬ରୁ ପୁରୀବାସୀ କରିବେ ମହାପ୍ରଭୁଙ୍କ ଦର୍ଶନ । ୨୬ ତାରିଖ ସକାଳ ୭.୩୦ରେ ଆରମ୍ଭ ହେବ ଦର୍ଶନ । ପ୍ରଥମ ଦିନ ୱାର୍ଡ ୨, ୩, ୬, ୯, ୧୧, ୧୨, ୧୫ ବାସୀ ଦର୍ଶନ କରିବେ । ୭.୩୦ରୁ ୧୧.୩୦, ୧୨ଟାରୁ ୪ଟା, ୪.୩୦ରୁ ପହୁଡ଼ ଯାଏଁ ଚାଲିବ ଦର୍ଶନ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ସ୍ବେଛାସେବୀ ନିୟୋଜିତ ହେବେ ।

ତେବେ ଯେଉଁ ୱାର୍ଡ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ଟୋକନ ଦିଆଯିବ । ଦୈନିକ ୪ ଘଣ୍ଟା ଦର୍ଶନ ପାଇଁ ସୁଯୋଗ ଦିଆଯିବ । ଆଧାର କାର୍ଡ ଓ ଟୋକନ ଦେଖାଇଲା ପରେ ପ୍ରବେଶ ଅନୁମତି ମିଳିବ । ୩ ତାରିଖଠାରୁ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । ସକାଳ ସାଢେ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ମିଳିବ । ମାର୍କେଟ ଛକରୁ ମିଳିଥିବା ଚିରୁକୁଟି ଦେଖାଇ ପ୍ରବେଶ କରିବେ । ଭକ୍ତଙ୍କ ଟୋକନ ସହ ଶ୍ରୀମନ୍ଦିର ଆଗରେ ଫଟୋ ଉଠାଯିବ । ସେଥିପାଇଁ ୮ରୁ ୧୦ଟି କାଉଣ୍ଟର ହେବ । ପୁରୀ ଲୋକଙ୍କ ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ନିଆଯିବ । ପୁରୀ ସହର ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବନି । ବାହାର ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଜାନୁଆରି ୩ରେ ସମସ୍ତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ବୋଲି ଗତକାଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଥିଲେ ।

Get real time updates directly on you device, subscribe now.