fbpx

୧୬ଜାନୁଆରିରୁ ବକେୟା ଉପଭୋକ୍ତାଙ୍କ କଟିବ ବିଦ୍ୟୁତ

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ସେସୁ ସିଇଓ ଅରୁଣ ବୋଥ୍ରା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦେୟ ପଇଠ ନ କଲେ ୧୬ଜାନୁଆରିରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ମୋଟ ବିଲର ୩୦% ପଇଠ କଲେ କିସ୍ତି ସୁବିଧା ମିଳିବ । ୨୫ହଜାରରୁ କମ ବିଲ୍ ବାକି ଥିଲେ ସେମାନଙ୍କୁ ୩ଟି କିସ୍ତିରେ ପଇଠ କରିବାକୁ ସୁବିଧା ଦିଆଯିବ । ସେହିପରି ୫୦ହଜାରରୁ କମ ବିଲ୍ ଥିଲେ ୪ଟି କିସ୍ତିରେ ପଇଠ କରିବାକୁ ସୁବିଧା ମିଳିପାରିବ । ୧ଲକ୍ଷ ୧୦ହଜାର ଉପଭୋକ୍ତା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି । ଏଥିରେ ୨୧କୋଟି ଆଦାୟ ହୋଇଥିବା ସୂଚନା ମିଳିଛି । ୧୯.୭୧କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଏବେ ବି ବାକି ରହିଛି । ଏନେଇ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠିତ ହୋଇଛି ।

Get real time updates directly on you device, subscribe now.