fbpx

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବେ ୨ ଜଲ୍ଲାଦ

ଲଖନଉ,୯ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବାର ରାୟ ଶୁଣାଇଛନ୍ତି ପଟିୟାଲା ହାଉସ୍ କୋର୍ଟ । ଏନେଇ ଉତ୍ତରପ୍ରଦେଶ ଡିଜିଙ୍କିୁ ୨ ଜଲ୍ଲାଦ ଦେବାକୁ ଚିଠି ମାଧ୍ୟମରେ ଦାବି କରିଛନ୍ତି ତିହାର ଜେଲର ପ୍ରଶାସନ । ତିହାର ଜେଲ ପ୍ରଶାସନଙ୍କ କହିବା ମୁତାବକ, ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ୨ ଜଲ୍ଲାଦ ଦରକାର ।

ଅନ୍ୟପଟେ ଚିଠି ପାଇଁ ଜଣେ ଜଲ୍ଲାଦକୁ ସେଠାକୁ ପଠାଇବାକୁ ରାଜି ହୋଇଛନ୍ତି ଉତ୍ତରପ୍ରଦେଶ ଡିଜି । ଆସନ୍ତା ୨୦ ତାରିଖ ଦିନ ପବନ ଜଲ୍ଲାଦ ମେରଠ ଜେଲରେ ପହଞ୍ଚିବ । କୁହାଯାଉଛି ଯେ, ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଜଣେ ପବନ ଜଲ୍ଲାଦ ଓ ଅନ୍ୟ ଜଣେ ଜଲ୍ଲାଦ ଉପରେ ବିଚାର କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ମାମଲାରେ ସମସ୍ତ ୪ଦୋଷୀଙ୍କ ନାମରେ ଡ଼େଥ୍ ୱାରେଣ୍ଟ ଜାରି ହୋଇଛି । ଏହି ଡ଼େଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିୟାଲା ହାଉସ କୋର୍ଟ । ଜାନୁଆରୀ ୨୨ ସକାଳ ୭ଟାରେ ୪ଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ପାଇବେ । ରାଜକ୍ଷମା ବା ସୁପ୍ରିମକୋର୍ଟରେ ଆବେଦନ ପାଇଁ ୧୪ଦିନର ସମୟ ଦିଆଯାଇଛି । ବର୍ତ୍ତମାନ ତିହାର ଜେଲରେ ଦୁଷ୍କର୍ମକାରୀ ପବନ, ଅକ୍ଷୟ, ମୁକେଶ ଓ ବିଜୟ । ୪ନିର୍ଭୟା ଦୋଷୀଙ୍କୁ ଜେଲରେ ଆଉ କିଛି କାମ କରିବାକୁ ଦିଆଯିବନି । ଏହାସହ ୨୪ଘଣ୍ଟା ଯାକ ସେମାନଙ୍କ ଉପରେ ନଜର ରଖାଯିବ । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଶାରୀରିକ ଓ ମାନସିକ ସୁସ୍ଥତା ଯାଞ୍ଚ ହେବ । କୌଣସି ଇଚ୍ଛାପତ୍ର କରିବାକୁ ଚାହୁଁଛନ୍ତି କି ବୋଲି ମଧ୍ୟ ସେମାନଙ୍କୁ ପଚରାଯିବ । ଏବେ କେବଳ ପରିବାରର ଜଣେ ସଦସ୍ୟଙ୍କୁ ଦୋଷୀ ଭେଟିପାରିବେ ବୋଲି ସୂଚନା ମିଳିଛି । ୪ନିର୍ଭୟା ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ଏନେଇ ବିହାରର ବକ୍ସରରୁ ଅଣାସରିଛି ଫାଶୀ ଦଉଡ଼ି । ଫାଶୀର ଦିନକୁ ପୂର୍ବରୁ ଉତ୍ତର ପ୍ରଦେଶରୁ ଘାତକ ଆସିବେ ବୋଲି ସୂଚନା ରହିଛି । ଫାଶୀ ପୂର୍ବରୁ ଘାତକ ଅଭ୍ୟାସମୂଳକ ଭାବେ ନକଲି ଫାଶୀ ଦେବେ । ୪ ଦୁଷ୍କର୍ମଚାରୀଙ୍କୁ ଏକ ସଙ୍ଗରେ ଫାଶୀ ଦେବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.