fbpx

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ବୈଦେଶିକ ବ୍ୟାପାର ପରାମର୍ଶଦାତା କମିଟିର ସଭ୍ୟ ହେଲେ ସସ୍ମିତ । ସେହିପରି ଶଶୀ ଥରୁର, ରାହୁଲ ଗାନ୍ଧୀ, କିରଣ ଖେର ପ୍ରମୁଖ କମିଟି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏହି କମିଟିର ଅଧ୍ୟକ୍ଷ ଭାବେ ନେତୃତ୍ୱ ନେଇଛନ୍ତି । ତେବେ ସାଂସଦ ସସ୍ମିତ ପାତ୍ର ବର୍ତ୍ତମାନ ଆଉ ୩ଟି ସଂସଦୀୟ କମିଟିର ମଧ୍ୟ ସଦସ୍ୟ ଅଛନ୍ତି ।

Get real time updates directly on you device, subscribe now.