fbpx

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର, ୩୦ା୧୨ (ଓଡିଶା ଭାସ୍କର): ଓଡ଼ିଶା ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପ୍ରତିଭା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଇହଲୀଳା ସମ୍ବରଣ କରିଛନ୍ତି । ତେବେ ଏହି ୮୪ ବର୍ଷୀୟ ସଙ୍ଗୀତଜ୍ଞ ମୃତ୍ୟୁରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ନିମୋନିଆରେ ଆକ୍ରାନ୍ତ ଥିବାରୁ ଶାନ୍ତନୁଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୨.୪୫ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବଲିଉଡର ଲତା ମଙ୍ଗେସ୍କର ଓ ମହମ୍ମଦ ରଫିଙ୍କୁ ଓଡ଼ିଆରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୁରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାେରେ ମେଘ ସାଜିଲି’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

Get real time updates directly on you device, subscribe now.