fbpx

ମାର୍ଚ୍ଚ ୪ରେ ବଂଶଧାରା ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦ା୧ : ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦକୁ ନେଇ ମାମଲା ହୋଇଥିଲା । ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ପକ୍ଷ ରଖିବାକୁ ସମୟ ମାଗିଛନ୍ତି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର । ଓଡ଼ିଶା ସରକାର ୨ଦିନ ଓ ଆନ୍ଧ୍ର ସରକାର ୩ଘଣ୍ଟା ସମୟ ମାଗିଛନ୍ତି । ମାର୍ଚ୍ଚ ୪ରେ ଚୂଡ଼ାନ୍ତ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହାସହ ଆଜି ଅପରାହ୍ନରେ ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଉଭୟ ରାଜ୍ୟର ଯୁଗ୍ମ ସର୍ଭେ ରିପୋର୍ଟ ଉପରେ ଶୁଣାଣି ହେବ ।
ସୁପ୍ରିମକୋର୍ଟ ଓ ବଂଶଧାରା ଟ୍ରିବ୍ୟୁନାଲରେ ଭିନ୍ନ ଭିନ୍ନ ଶୁଣାଣି ହେବ । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସଏଲପିର ଶୁଣାଣି ହେବ । ୨୦୧୭ରେ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ବିରୋଧରେ ଓଡ଼ିଶା ଏସଏଲପି କରିଛି । ୨୦୧୯ରେ ଟ୍ରିବ୍ୟୁନାଲଙ୍କ ଯୁଗ୍ମ ସର୍ଭେ ନିର୍ଦ୍ଦେଶକୁ ଓଡ଼ିଶା ବିରୋଧ କରିଥିଲା । ଯୁଗ୍ମ ସର୍ଭେ ରିପୋର୍ଟ ନେଇ ବି ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ହେବ ।

Get real time updates directly on you device, subscribe now.