fbpx

ଦାୟିତ୍ୱ ନେଲେ ଉନ୍ନୟନ କମିଶନର

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): କରୋନା କଟକଣା ମାନି ଆଜି ଲୋକମାନେ ଘରେ ରହି ନୂଆବର୍ଷ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ହିଁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଜର ଦାୟିତ୍ୱ ତୁଲାଇବେ ।

ଏହା ସହ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ନୂଆବର୍ଷରେ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଏହା ପୂର୍ବରୁ ଅନେକ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ପୁରୀ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ କମିଶନର ଭାବେ ସଫଳତାର ସହ କର୍ଯ୍ୟ କରିଛନ୍ତି।

Get real time updates directly on you device, subscribe now.