fbpx

ସ୍କୁଲ ଗଲେ ଦିନକୁ ମିଳିବ ୧୦୦ ଟଙ୍କା

ଗୌହାଟି, ୪ ।୧: ସ୍କୁଲ ଯିବା ପାଇଁ ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଏକ ନିଆରା ଉପାୟ ଆପଣେଇଛନ୍ତି ଆସାମ ସରକାର। ଆସାମରେ ସ୍କୁଲ ଯିବାକୁ ଛାତ୍ରୀଙ୍କୁ ସରକାର ଦୈନିକ ୧୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଏନେଇ ଘୋଷଣା କରିଛନ୍ତି ଆସାମର ଶିକ୍ଷାମନ୍ତ୍ରୀ ହିମାନ୍ତ ବିସ୍ୱ ଶର୍ମା । ସେ କହିଛନ୍ତି ଯେ ସରକାର ପ୍ରତିଦିନ ସ୍କୁଲ ଆସୁଥିବା ସମସ୍ତ ଛାତ୍ରୀଙ୍କୁ ଦିନକୁ ୧୦୦ ଟଙ୍କା ଲେଖାଏଁ ଦେବେ।

ଏହା ସହ କଲେଜ ଛାତ୍ରୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆସାମ ସରକାର । ଯୁକ୍ତ ତିନି ଓ ମାଷ୍ଟରଡିଗ୍ରୀ କରୁଥିବା ପ୍ରତ୍ୟେକ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଜାନୁଆରୀ ଶେଷ ସୁଦ୍ଧା ୧୫ଶହ ରୁ ୨ ହଜାର ଟଙ୍କା ପଠାଇବେ। UG ପିଲାଙ୍କୁ ୧୫୦୦ ଓ PG ପିଲାଙ୍କୁ ୨୦୦୦ ଟଙ୍କା ମିଳିବ । UG /PG ଛାତ୍ରୀଙ୍କ ଆକାଉଣ୍ଟରେ ଜାନୁଆରୀ ଶେଷ ସୁଦ୍ଧା ଟଙ୍କା ଡିପୋଜିଟ ହେବ । ଏହି ଟଙ୍କା ଯୋଗୁଁ ପିଲାମାନଙ୍କୁ ପାଠ୍ୟ ପୁସ୍ତକ କିଣିବାରେ ସହଜ ହେବ । ଦ୍ଵାଦଶ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ବାଇକ ମିଳିବ ।

ତେବେ ଆସାମ ସରାକାରଙ୍କ ଏଭଳି ଯୋଜନା ଆଣିବା ପ୍ରଥମ ନୁହେଁ ପୂର୍ବରୁ ରାଜ୍ୟରେ ପାଷ୍ଟ ଡିଭିଜନରେ ପାସ୍ ହୋଇଥିବା ପିଲାଙ୍କୁ ସ୍କୁଟି ବଣ୍ଟାଯାଇଥିଲା। ଗତବର୍ଷ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ୯୪୮ ଜଣ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନକରିଥିଲେ। ଆସନ୍ତା ଫ୍ରେବୃଆରୀରେ ମଧ୍ୟ ୧୫ ହଜାରରୁ ଅଧିକ ପିଲାଙ୍କୁ ସ୍କୁଟି ପ୍ରଦାନ କରାଯିବ।

Get real time updates directly on you device, subscribe now.