fbpx

ପୁଣି ୯ ବ୍ରିଟେନ ଷ୍ଟ୍ରେନ ପଜିଟିଭ ଚିହ୍ନଟ: ଆକ୍ରାନ୍ତ ସଂଖ୍ୟା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ, ୪ା୧: ଆଜି ପୁଣି ଦେଶରେ ୯ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧ ତାରିଖରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜିର ଏହି ନୂଆ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ବେଙ୍ଗାଲୁରର ନିମହାନ୍ସରୁ ୧୦ ଜଣ, ହାଇଦ୍ରାବାଦ ସିସିଏମବିରୁ ୩ ଜଣ, ପୁଣେର ଏନଆଇଭିରୁ ୫ ଜଣ, ଦିଲ୍ଲୀର ଆଇଜିବିରୁ ୧୧ ଜଣ, ଦିଲ୍ଲୀର ଏନସିଡିସିରୁ ୮ ଜଣ ଓ କୋଲକାତାର ଏନସିବିଜିରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.