fbpx

ପରୀ ମାମଲା: ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅମଙ୍ଗ

ନୟାଗଡ,୧୩ ।୧(ଓଡିଶା ଭାସ୍କର):ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ମନା କରିଛି ନାବାଳକ ଅଭିଯୁକ୍ତ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅମଙ୍ଗ ହୋଇଛି । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଅଭିଯୁକ୍ତ ମନା କରିଥିଲା । ଶୁଣାଣି ଶେଷ ହେବା ପରେ ରାୟକୁ ସଂରକ୍ଷିତ ରଖିଲେ ବୋର୍ଡ ।

ତେବେ ଜେଜେବି ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଅନୁମତି ଦେଇନଥିଲେ। ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଟେଷ୍ଟ ନିମନ୍ତେ କ୍ରାଇମବ୍ରାଞ୍ଚ୍‌ର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଆବେଦନ କରିଥିଲା। ଏହି ଟେଷ୍ଟ ଦେବାପାଇଁ ଅଭିଯୁକ୍ତ ମନା କରିବାରୁ ଜେଜେବି ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଅନୁମତି ଦେଇନଥିଲେ। ଏହା ପରେ ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି ଜେଜେବିରେ ଆବେଦନ କରିଥିଲା ।

 

Get real time updates directly on you device, subscribe now.