fbpx

ପରୀ ମାମଲା: ସୁପ୍ରିମକୋର୍ଟ ଗଲେ ନାବାଳିକାଙ୍କ ମା’

ନୟାଗଡ,୧୩ ।୧(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ‘ପରୀ’ର ମା’ ସୌଦାମିନୀ । ଘଟଣାର ସିବିଆଇ ତଦନ୍ତ ଦାବିରେ ସୌଦାମିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଏହି ମାମଲାରେ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହାଇଥିଲା ଅଭିଯୁକ୍ତ ନାବାଳକ । ଶୁଣାଣି ଶେଷ ହେବା ପରେ ରାୟକୁ ବୋର୍ଡ ସଂରକ୍ଷିତ ରଖିଛନ୍ତି । ଅଭିଯୁକ୍ତ ନାବାଳକ ବ୍ରେନ ମ୍ୟାପିଂ ପାଇଁ ଅରାଜି ହୋଇଥିବା ସୂଚନା ମିଳିଛି । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଅଭିଯୁକ୍ତ ମନା କରିଥିଲା । ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି ଜେଜେବିରେ ଆବେଦନ କରିଥିଲା ।

Get real time updates directly on you device, subscribe now.