fbpx

ପାକିସ୍ତାନର କଟା ଘା’ରେ ଚୂନ, ଚାଷୀ କହିଲେ- ‘ପିଓକେ ଦିଅ, ଟମାଟୋ ନିଅ’

ନୂଆଦିଲ୍ଲୀ,୨୪ ।୧୧: ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହାକୁ ନେଇ ମଧ୍ୟପ୍ରଦେଶ ଝାବୁଆର ଚାଷୀ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଏକ ଭଲ ଅଫର ଦେଇଛନ୍ତି । ଚାଷୀମାନେ ଇମରାନଙ୍କୁ ସନ୍ଦେଶ ଦେଇ କହିଛନ୍ତି ଯେ, ପାକିସ୍ତାନ କବଜାରେ ଥିବା କାଶ୍ମୀର ବା ପିଓକେ ଦିଅ, ତା ବଦଳରେ ଆମଠାରୁ ଟମାଟୋ ନିଅ । କେବଳ ଏତିକି ନୁହେଁ, ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ କ୍ଷମା ମାଗିବାପାଇଁ ଚାଷୀମାନେ ପାକିସ୍ତାନକୁ ଦାବି କରିଛନ୍ତି ।

ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦେଖି ମଧ୍ୟପ୍ରଦେଶର ଚାଷୀମାନେ ପାକିସ୍ତାନକୁ ଟମାଟୋ ଯୋଗାଇବା ବନ୍ଦ କରିଦେଇଥିଲେ । ଅନ୍ୟପଟେ ପାକିସ୍ତାନରେ ଟମାଟୋ ଦର ୪୦୦ରୁ ୫୦୦ ଟଙ୍କା ହୋଇଥିବା ଜଣାପଡିଛି । ସେଠାରେ ଟମାଟୋ ଦର ବୃଦ୍ଧିକୁ ବିରୋଧ କରି ଜଣେ କନିଆ ନିଜ ବିବାହରେ ଅଳଙ୍କାର ବଦଳରେ ଟମାଟୋରେ ସଜେଇ ହୋଇଥିଲେ । ସେ ଟମାଟୋରେ ହାର, ଝୁମକା ଓ ଚୁଡି କରି ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହ ଝିଅର ପିତା ଯୌତୁକରେ ୩ ପେଟି ଟମାଟୋ ଦେଇଥିଲେ ।

Get real time updates directly on you device, subscribe now.