fbpx

ଭୁଲ୍ ଇଞ୍ଜେକସନ୍ ନେଲା ଜୀବନ: ମା ଓ ଶିଶୁ ମୃତ

କରୌଲି, ୨୪ା୧: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଫଳରେ ଜଣେ ମା ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ଉକ୍ତ ହସ୍ପିଟାଲରେ ମହିଳାଙ୍କ ସମ୍ପର୍କୀୟମାନେ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିବା ସହ ସମ୍ପୃକ୍ତ ଡାକ୍ତର ଦମ୍ପତ୍ତିଙ୍କ ନାମରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ମହିଳାଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ପରିସରରେ ବହୁଲୋକ ରୁଣ୍ଡ ହୋଇଯାଇଥିଲେ । ସମସ୍ତେ ଡାକ୍ତର ଓ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ମହିଳାଙ୍କର ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ସ୍ୱାମୀ ବେହୋସ ହୋଇଯାଇଥିଲେ । ଉକ୍ତ ମହିଳାଙ୍କ ପୂର୍ବରୁ ୨ ସନ୍ତାନ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.