fbpx

ଏଇ ଅଭ୍ୟାସ ପାଇଁ ଅଧିକାଂଶ ଲୋକ ମେଦବହୁଳତାର ଶିକାର ହୋଇଥାନ୍ତି, ଜାଣନ୍ତୁ କାରଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମେଦବହୁଳତା ଏକ ମୁଖ୍ୟ ସମସ୍ୟା । ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ, କେବଳ ଖାଦ୍ୟପେୟରେ ଅବହେଳା କାରଣରୁ ଶରୀରରେ ଓଜନ ବୃଦ୍ଧି ଘଟିଥାଏ । ଯଦି ନିୟମିତ ବ୍ୟାୟାମ କରିବା ପରେ ମଧ୍ୟ ଆପଣଙ୍କର ଓଜନ ହ୍ରାସ ଘଟୁନାହିଁ, ତେବେ ଏଥିପାଇଁ ଅନେକ କାରଣ ଦାୟୀ । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ସମ୍ପର୍କରେ ଯାହା ଆପଣଙ୍କର ମୋଟାପାର କାରଣ ସାଜିଥାଏ ।

– ଯଦି ଆପଣଙ୍କର ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଥାଇରଏଡ୍ ହରମୋନ୍ ଉତ୍ପାଦନ ହେଉନାହିଁ, ତେବେ ଏହା ଥକ୍କାପଣ, ଦୁର୍ବଳତା, ଥଣ୍ଡା ଓ ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡାକି ଆଣିଥାଏ । କିଛି ମହିଳାଙ୍କର ଋତୁସ୍ରାବ ସମୟରେ ଅଧିକ ଓଜନ ବୃଦ୍ଧି ଘଟିଥାଏ ।

– ଆବଶ୍ୟକ ନିଦ୍ରା କାରଣରୁ ଶରୀରରେ ଓଜନ ବୃଦ୍ଧି ଘଟିଥାଏ । ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିବା ଫଳରେ ଆପଣ ଖାଇବାକୁ ବାଧ୍ୟ ହୋଇଥାନ୍ତି । ଯାହାଫଳରେ ଆପଣଙ୍କର କ୍ୟାଲୋରୀ ବୃଦ୍ଧି ଘଟିଥାଏ । ଅପରପକ୍ଷେ ନିଦ୍ରା ସମ୍ପୂର୍ଣ୍ଣ ନ ହେବା କାରଣରୁ ହରମୋନର ସ୍ତର ମଧ୍ୟ ବିଗିଡ଼ି ଯାଏ, ଫଳସ୍ୱରୂପ ଆମକୁ ଭୋକ ଲାଗିଥାଏ ।

– ଅଧିକ ଚାପରେ ରହିଲେ ଶରୀରରେ କାର୍ଟିସୋଲ ନାମକ ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ, ଯାହା ଭୋକ ବଢ଼ାଇଥାଏ । ଆମେମାନେ ଚାପରେ ରହିଥିବା ସମୟରେ ମୁଡ୍ ଠିକ କରିବା ପାଇଁ ପ୍ରାୟତଃ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ, ଯାହାଦ୍ୱାରା ଆମର ଅଜାଣତରେ ଓଜନ ବୃଦ୍ଧି ଘଟିଥାଏ ।

– ଚାପରୁ ରକ୍ଷା ପାଇବା ପାଇଁ କିଛି ଲୋକ ଔଷଧ ସେବନ କରିଥାନ୍ତି । ଏହି ମେଡିସନ ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗିଥାଏ । ସର୍ବଦା ଚାପରେ ରହିଲେ ଶରୀରର ଓଜନ ବୃଦ୍ଧି ହୋଇଥାଏ । ଏତଦବ୍ୟତୀତ ଉଚ୍ଚ ରକ୍ତଚାପ, ମଧୁମେହ ପରି ରୋଗର ଔଷଧ ସେବନ ଫଳରେ ତାହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ।

– ଧୂମ୍ରପାନ ତ୍ୟାଗ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଧୂମ୍ରପାନ ତ୍ୟାଗ କରିବା ଦ୍ୱାରା ଆମର ଓଜନ ବୃଦ୍ଧି ହୋଇଥାଏ । ଏହି ନିଶା ଛାଡ଼ିବାର କିଛି ଦିନ ପରେ ଓଜନ ଧୀରେଧୀରେ ହ୍ରାସ ପାଇବା ସହ ଅଧିକ ଭୋକ ଲାଗେନାହିଁ ।

Get real time updates directly on you device, subscribe now.