fbpx

ଜାନୁଆରି ୩୧ରୁ ୩ ଦିନ ଟିକାକରଣ ବନ୍ଦ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଟିକାକରଣ ଅଭିଯାଦରେ ଓଡିଶା ବେଶ ସଫଳତା ହାସଲ କରିଛି । ତେବେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ‘ଆମେ ରାଜ୍ୟ ଭାବେ ଟିକାକରଣରେ ପ୍ରଥମ ସ୍ଥାନରେ ଅଛୁ । କାରଣ ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦ୍ୱୀପ କେନ୍ଦ୍ର ଶାସିତ ଅଞ୍ଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ଅଛୁ । ଯେଉଁ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ନଥିଲେ ଏବେ ସେମାନେ ନେଉଛନ୍ତି । କାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଛନ୍ତି । ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ବାକି ଅଛନ୍ତି । ଜାନୁଆରୀ ୩୧ରୁ ଫେବ୍ରୁଆରୀ ୨ ଯାଏଁ ଟିକାକରଣ ବନ୍ଦ ରହିବ । ଏହି ୩ ଦିନ ପୋଲିଓ ଟିକା ଦିଆଯିବାକୁ ଥିବାରୁ ଟିକାକରଣ ବନ୍ଦ ରହିବ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ସମସ୍ତଙ୍କୁ ଦିଆଯିବ ।’

Get real time updates directly on you device, subscribe now.