fbpx

ଚାକିରୀ ଚାଲିଗଲେ ଚିନ୍ତା କରନ୍ତୁ ନାହିଁ: ୨ ବର୍ଷ ଯାଏଁ ଟଙ୍କା ଦେବ ଇଏସଆଇସି, ଜାଣନ୍ତୁ କିପରି?

ନୂଆଦିଲ୍ଲୀ,୨୪ ।୧୧: ପ୍ରାଇଭେଟରେ ଚାକିରୀ କରୁଥିବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ଯଦି ଆପଣଙ୍କ ଚାକିରୀ ଚାଲିଯାଏ, ତେବେ ସରକାର ଆପଣଙ୍କୁ ୨୪ ମାସ ଅର୍ଥାତ୍ ୨ ବର୍ଷ ପାଇଁ ଟଙ୍କା ଦେବ । କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ର ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ଜରିଆରେ ଚାକିରୀ ଚାଲିଯିବା ପରେ ଆପଣଙ୍କୁ ଆର୍ଥିକ ସାହାର୍ଯ୍ୟ ମିଳିବ । ଏହି ସମ୍ପର୍କରେ ESIC ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି ।

ତେବେ ESIC ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି ଯେ, ‘ ଏଣିକି ଆପରଙ୍କ ଚାକିରୀ ଚାଲିଗଲେ ଆୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ନାହିଁ । ESIC ଦ୍ୱାରା ଆପଣଙ୍କୁ ୨୪ ମାସ ପର୍ଯ୍ୟନ୍ତ ଟଙ୍କା ମିଳିବ । ଏହି ରାଶି ସିଧା ଆପଣଙ୍କ ଖାତାରେ ଜମା ହେବ ।’

କିପରି କରିବେ ଆବେଦନ?

ଅଟଳ ବିମିତି ବ୍ୟକ୍ତି କଲ୍ୟାଣ ଯୋଜନାର ଲାଭ ଉଠାଇବା ପାଇଁ ଆପଣ ପ୍ରଥମେ ESICର https://www.esic.nic.in/ ୱେବସାଇଟ୍ ଯାଇ ଫର୍ମ ଡାଉନଲୋଡ କରନ୍ତୁ । ଫର୍ମକୁ ଭରିସାରିବା ପରେ ଇଏସଆସିର କୌଣସି ନିକଟସ୍ଥ ବ୍ରାଞ୍ଚରେ ଜମା କରିବେ । ଫର୍ମ ସହ ୨୦ ଟଙ୍କାର ନୋଟାରୀ ଷ୍ଟାମ୍ପ ଲଗାଇ ଏବି-୧ରୁ ଏବି-୪ ଯାଏ ଫର୍ମ ଜମା କରିବେ । କିନ୍ତୁ ଏହାର ଲାଭ ଆପଣ କେବଳ ଥରେ ହିଁ ଉଠାଇ ପାରିବେ ।

Get real time updates directly on you device, subscribe now.