fbpx

ଫେବ୍ରୁଆରୀ ୮ରୁ ସ୍କୁଲ: ଏଠାରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲା ଯିବେ ସ୍କୁଲ, ଜାଣନ୍ତୁ କେଉଁଠି?

ଡେରାଡୁନ,୬ ।୨: କରୋନା ସଙ୍କଟ ପରେ କଟକଣା ସହ ଦେଶରେ ସ୍କୁଲ, କଲେଜ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରାଖଣ୍ଡରେ ଆସନ୍ତା ଫେବ୍ରୁଆରୀ ୮ ତାରିଖରୁ ସ୍କୁଲଗୁଡ଼ିକ ଖୋଲାଯିବ। ୬ଷ୍ଠ କ୍ଲାସ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠପଢିବାକୁ ସ୍କୁଲ ଯିବେ । ଏ ନେଇ ଉତ୍ତରାଖଣ୍ଡ ସରକାର ଏକ ନୋଟିସ ଜାରି କରିଛନ୍ତି । ସମସ୍ତ ସ୍କୁଲରେ କୋଭିଡ-୧୯ କଟକଣାକୁ ପାଳନ କରିବା ନେଇ ସରକାରଙ୍କ ପକ୍ଷରୁ ନୋଡାଲ ଅଫିସରମାନଙ୍କୁ ଚିଠିରେ ପରାମର୍ଶ ଦିଆଯାଇଛି । ସ୍କୁଲ ଖୋଲିବା ନେଇ ଗତ ଜାନୁଆରୀ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ତ୍ରିଦେବ ସିଂହ ରାୱତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କୋଭିଡ-୧୯ ମହାମାରୀ ଯୋଗୁଁ ବିଦ୍ୟାଳୟଗୁଡ଼ିକ ଗତ ବର୍ଷ ମାର୍ଚ୍ଚ ପରଠାରୁ ବନ୍ଦ ଥିଲା ।

ତେବେ କରୋନାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସ୍କୁଲରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପିତାମାତାଙ୍କ ଠାରୁ ଅନୁମତି ଆଣିବେ । ସେହିଭଳି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଯେ, ଶ୍ରେଣୀରେ ଅଧିକ ସଂଖ୍ୟାରେ ପିଲା ଥିଲେ, ସେମାନଙ୍କୁ ୨ଟି ସିଫ୍ଟରେ ପାଠ ପଢ଼ାଯିବ । ଏହା ସହ ପୂର୍ବ ଭଳି ଅନଲାଇନ କ୍ଲାସ ଜାରି ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.