fbpx

ଜିଲ୍ଲାପାଳ ନେଲେ କୋଭିଡ୍ ଟିକା

ସୋନପୁର, ୬ା୨ (ଓଡିଶା ଭାସ୍କର): ସୋନପୁର ଜିଲ୍ଲାରେ କୋଭିଡ ଟିକାକରଣ ଜାରି ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବା ପରେ ଆଜି ଆଗଧାଡ଼ିର ସରକାରୀ କର୍ମଚାରୀମାନେ ଟିକା ନେଇଥିବା ଜଣାପଡ଼ିଛି । ଜିଲ୍ଲାର ସଂସ୍କୃତି ଭବନରେ ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ମନିଷା ବାନାର୍ଜୀ, ଉପଜିଲ୍ଲାପାଳ ନିହାର ରଞ୍ଜନ କଅଁର ଏଡିଏମ୍ ସୂର୍ଯ୍ୟନାରାୟଣ ଦାସ ଓ ପିଡି ଡିଆରଡିଏ ଡୋଳାମଣି ପଟେଲ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଟିକା ନେଇଛନ୍ତି । ଟିକା ଗ୍ରହଣ ପରେ କୌଣସି କର୍ମଚାରୀଙ୍କ ଠାରେ ସାଇଡ୍ ଇଫେକ୍ଟ ଦେଖାଦେଇ ନଥିଲା । ତେବେ ଟିକା ଗ୍ରହଣ ନେଇ ଭୟଭୀତ ନହେବା ସହ ଅବହେଳା ନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.