fbpx

ନିଲମ୍ବିତ ହେଲେ କୋରାପୁଟ ଡିଇଓ

ଜୟପୁର,୧୫ ।୧(ଓଡିଶା ଭାସ୍କର): ଶିକ୍ଷକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ପ୍ରମୋଦ ପଣ୍ଡା ଆଜି ନିଲମ୍ବିତ ହୋଇଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ପ୍ରମୋଦଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଡିଇଓଙ୍କ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ । ସୁଇସାଇଡ୍ ନୋଟରେ ଡିଇଓଙ୍କ ସମେତ ୮ ଜଣଙ୍କୁ ଦାୟୀ ସେ ମୃତ୍ୟୁ ପାଇଁ ଦାୟୀ କରିଥିଲେ । ଏହାକୁ ଭିତ୍ତି କରି ଗତ ୧୦ ତାରିଖ ଦିନ ପୋଲିସ ଡିଇଓ ପ୍ରମୋଦଙ୍କୁ କଟକରୁ ଗିରଫ କରିଥିଲା । ପୂର୍ବରୁ ମାମଲାରେ ୨ ଜଣଙ୍କୁ ଗିରଫ କରିଥିଲା କୋରାପୁଟ ପୋଲିସ ।

Get real time updates directly on you device, subscribe now.