fbpx

ଆଜି ପ୍ରପୋଜ୍ ଡେ: ପ୍ରେମ ସପ୍ତାହର ଦ୍ୱିତୀୟ ଦିବସ

ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ, ତାହାକୁ ପ୍ରେମର ପ୍ରଥମ ପରିଭାଷା ବୋଲି ଗ୍ରହଣ କରାଯାଏ । ତେବେ ନିଜର ଭାବନାକୁ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣକର ସୁନ୍ଦର ହସ ପଛରେ ଯେ ଅନ୍ୟ ଜଣଙ୍କର ହୃଦୟ ରହିଛି, ତାହା ପରିପ୍ରକାଶ କରିବା ହେଉଛି ପ୍ରପୋଜ୍ ଡେ’ର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରପୋଜ୍ ଡେ ହେଉଛି ଭାଲେଣ୍ଟାଇନ୍ ସପ୍ତାର ଦ୍ୱିତୀୟ ଦିବସ, ଯାହା ଫେବୃଆରୀ ମାସ ୮ ତାରିଖରେ ପଡ଼ିଥାଏ । ଏହି ଦିନରେ ସିଙ୍ଗଲ୍ସମାନେ ନିଜର ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ପାର୍ଟନରଙ୍କୁ ପ୍ରପୋଜ୍ କରିଥାନ୍ତି । ପ୍ରେମୀଯୁଗଳମାନେ ଏହି ଦିନ ବା ସମୟକୁ ସର୍ବଦା ମନେରଖିଥାନ୍ତି । ନିଜର ସ୍ୱପ୍ନର ପୁରୁଷ ବା ସ୍ତ୍ରୀକୁ ପ୍ରପୋଜ କରିବା ପାଇଁ ସେପରି କୌଣସି ଉପାୟ ନାହିଁ । ଅଧିକାଂଶ ପୁରୁଷ ନିଜର ଗାର୍ଲଫ୍ରେଣ୍ଡଙ୍କୁ ଫୁଲ, ଉପହାର ଦେଇ ବା ଅନ୍ୟ କୌଣସି ଉପାୟରେ ପ୍ରପୋଜ୍ କରିଥାନ୍ତି ।

Get real time updates directly on you device, subscribe now.