fbpx

ଭାରତ ହେଉଛି ଗଣତନ୍ତ୍ରର ଜନ୍ମଭୂମି: ପ୍ରଧାନମନ୍ତ୍ରୀ

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, ୮ା୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଆଜି ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଉଦ୍ବୋଧନ ଦେଇଛନ୍ତି । କରୋନା ମହାମାରୀ ସମୟରେ ଏକଜୁଟ ହୋଇ ଲଢ଼େଇ ଜାରି ରଖିଥିବାରୁ ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ବହୁତ କମ୍ ସମୟ ମଧ୍ୟରେ ଭାରତ କରୋନା ଟିକା ପ୍ରସ୍ତୁତ କରିପାରିଥିବାରୁ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ମୋଦି କହିଥିଲେ ଯେ, ଗଣତନ୍ତ୍ର ବିଷୟରେ ଭାରତ ବିଶ୍ୱରୁ ଶିଖିବାର ଆବଶ୍ୟକତା ନାହିଁ, କାରଣ ଭାରତ ହେଉଛି ଗଣତନ୍ତ୍ରର ଜନ୍ମଭୂମି । କରୋନା ସମୟରେ ଭାରତ ବିଶ୍ୱକୁ ଅନେକ ସହାୟତା ପ୍ରଦାନ କରିଛି । ସମସ୍ତଙ୍କ ପ୍ରୟାସ ଯୋଗୁଁ ଦେଶରୁ କରୋନା ପରି ଭୟଙ୍କର ମହାମାରୀ ଦୂର ହୋଇପାରିଛି । ଭାରତରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଭାରତ ଉପରେ ଆଜି ସମଗ୍ର ବିଶ୍ୱବାସୀଙ୍କର ଆସ୍ଥା ରହିଛି ବୋଲି ମୋଦି ପ୍ରକାଶ କରିଥିଲେ ।

Get real time updates directly on you device, subscribe now.