fbpx

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ କରାଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ସୀମା ସୁରକ୍ଷା ଆମର ଦାୟିତ୍ୱ । ତେଣୁ ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ପଦକ୍ଷେପ ନେବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆମ ଭୌଗୋଳିକ ସୀମାରେ ପଶି ଆନ୍ଧ୍ର ନିର୍ବାଚନ କରାଇବା ଚିନ୍ତାଜନକ । ଆମ ଭାଇଭଉଣୀଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବା ଆମର ଦାୟିତ୍ୱ । ଆମ ରାଜ୍ୟର ସୀମା ସୁରକ୍ଷିତ ରଖିବା ସମସ୍ତଙ୍କର ଦାୟିତ୍ୱ । ଆଜି ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗକୁ ଆହୁରି ଜଟିଳ ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ମାତୃଭୂମି, ସୀମା ଓ ଜନତାଙ୍କୁ ବାନ୍ଧି ରଖିବାକୁ ସରକାର ପ୍ରୟାସ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.