fbpx

ଡିଏସପି ସ୍ତରରେ ବଡ଼ଧରଣର ଅଦଳବଦଳ

କଟକ, ୧୪ା୨ (ଓଡିଶା ଭାସ୍କର): ରାଜ୍ୟ ପୋଲିସର ଡିଏସପି ପାହ୍ୟାରେ ବଡ଼ଧରଣର ଅଦଳବଦଳ କରାଯାଇଛି । ତେବେ ମୋଟ ୧୨୪ ଜଣ ଡିଏସପିଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିକାରୀମାନେ ମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । ୩୦୧ ଜଣଙ୍କୁ ଗତ ଜାନୁଆରୀ ଶେଷ ସୁଦ୍ଧା ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ନୂତନ ପଦୋନ୍ନତି ପାଇଥିବା ୩୦୧ ଅଧିକାରୀଙ୍କ ମଧ୍ୟରୁ ୧୧୯ ଜଣ ଡିଏସପିଙ୍କ ବଦଳି କରାଯାଇଛି । ୧୧୯ ଡିଏସପିଙ୍କ ସହ ଆଉ ୫ ଜଣଙ୍କୁ ମିଶାଇ ମୋଟ ୧୨୪ ଜଣଙ୍କ ନାମ ଆଜି ପୋଲିସ ମୁଖ୍ୟାଳୟ ଜାରି କରିଛି । ଅପରପକ୍ଷେ ୧୮୨ ଜଣ ଅଧିକାରୀଙ୍କୁ ନୂତନ ସ୍ଥାନକୁ ବଦଳି କରାଯାଇନାହିଁ । ଏହି ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଏମାନଙ୍କୁ ନୂତନ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ଆଗକୁ ଡିଏସପି ପାହ୍ୟାରେ ଆହୁରି ବଡ଼ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.